ଭୁବନେଶ୍ୱର : ଓଡ଼ିଶାର ସମସ୍ତ ୩୫ ଗୋଟି କଂଗ୍ରେସ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ପ୍ରକ୍ରିୟା ଜୋରସୋରରେ ଆଗେଇଛି । ପୂର୍ବ ଦୁଇଦିନ ୯ ଜଣ ପର୍ଯ୍ୟବେକ୍ଷକ ଓଡିଶା ଆସି ନିଜ ନିଜ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ଗସ୍ତ କରିଥିବାବେଳେ ମଙ୍ଗଳବାର ଆଉ ସାତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁବନେଶ୍ୱର ଆସି ନିର୍ଦ୍ଧାରିତ ଜିଲ୍ଲା ଗୁଡିକୁ ଗସ୍ତ କରିଛନ୍ତି । ପୂର୍ବ ଗଞ୍ଜାମ ପାଇଁ ପୂର୍ବତନ ମନ୍ତ୍ରୀ ରାମଲାଲ ଯାଟ, ପଶ୍ଚିମ ଗଞ୍ଜାମ ପାଇଁ ଏଆଇସିସିର ପୂର୍ବତନ ସମ୍ପାଦକ ସଚିନ ନାଏକ, ଜଗତସିଂହପୁର ପାଇଁ ଏମ ଲିଜୁ, ଝାରସୁଗୁଡା ପାଇଁ ଭାରତୀୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ସୁଶ୍ରୀ ଶୋଭା ଓଜା, ପଶ୍ଚିମ ମୟୁରଭଞ୍ଜ ପାଇଁ ଏଆଇସିସିର ଯୁଗ୍ମ ସମ୍ପାଦକ ନୀତିନି କୁମ୍ବଲକର, ପୁରୀ ପାଇଁ ସାଂସଦ ଜିସି ଚନ୍ଦ୍ରଶେଖର ଓ ରାୟଗଡା ପାଇଁ ବିଧାୟକ ରିଜୱାନ ଆର୍ସଦ ପ୍ରମୁଖ ଏହି ଦାୟିତ୍ୱରେ ଅଛନ୍ତି । ସୂଚନାଯୋଗ୍ୟ, ବୁଧବାର ଚତୁର୍ଥ ଦିବସରେ ମୋଟ ୮ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସି ଓଡ଼ିଶାରେ ପହଞ୍ଚିବେ । ପ୍ରତ୍ୟେକ ଜିଲ୍ଲାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ପିସିସି ପକ୍ଷରୁ ୩ ଜଣ ଲେଖାଏଁ ବରିଷ୍ଠ ଓ ଅଭିଜ୍ଞ ରାଜ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟବେକ୍ଷକ ମାନେ ଅନ୍ୟୁନ ସାତ ଦିନ ରହି ବହୁ କଂଗ୍ରେସ ନେତା ଏବଂ କର୍ମୀଙ୍କୁ ସାକ୍ଷାତ କରି ଜିଲ୍ଲା ସଭାପତି ପାଇଁ ଦକ୍ଷ ସଂଗଠକଙ୍କର ୬ ଜଣିଆ ତାଲିକା ପ୍ରସ୍ତୁତ କରି ଆସନ୍ତା ୧୪ ସେପ୍ଟେମ୍ବର ସୁଦ୍ଧା ଏଆଇସିସି ନିକଟରେ ଦାଖଲ କରିବେ । ପ୍ରତି ଜିଲ୍ଲାର ଉକ୍ତ ୬ ଜଣିଆ ତାଲିକାରୁ ଏଆଇସିସି ଜଣଙ୍କୁ ଜିଲ୍ଲା ସଭାପତି ମନୋନୀତ କରିବେ । ଏହି ପ୍ରକ୍ରିୟା ଯେପରି ଗଣତାନ୍ତ୍ରିକ ଓ ନିରପେକ୍ଷ ହୁଏ ଏଆଇସିସିର ନିର୍ଦେଶ କ୍ରମେ ତଥା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟ ଚାଲିଛି ବୋଲି ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, ମୁଖ୍ୟ ମୁଖପାତ୍ର ଅରବିନ୍ଦ ଦାସ ଓ ୱାର-ରୁମ ମୁଖ୍ୟ ମନୋରଞ୍ଜନ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
You might like
ବ୍ରହ୍ମପୁର ହିଂସା: ସରକାରଙ୍କୁ ନବୀନଙ୍କ ଟାର୍ଗେଟ
2 months ago
ବସ ଭଡା ବଢେଇଲ, ଟ୍ରକ ଭଡା ..
2 months ago
ବିଜେଡି ଛାତ୍ର ନେତା ହରିଶଙ୍କରଙ୍କ କଂଗ୍ରେସରେ ଯୋଗଦାନ
10 months ago
Acidity Disease (Acid Reflux/Hyperacidity)
11 months ago
୨୧ ନୂଆ ଏନଏସି ଘୋଷଣା
11 months ago
